Horoscope in Odia on 27 September 2020 Sunday - ସେପ୍ଟେମ୍ବର ୨୭ ତାରିଖ ୨୦୨୦ମସିହା ,ରବିବାର


ସେପ୍ଟେମ୍ବର ୨୭ ତାରିଖ  ୨୦୨୦ମସିହା ,ରବିବାର


 *ଆଶ୍ଵିନ-ମଳ ଶୁକ୍ଳପକ୍ଷ*

 *ତିଥି-ଏକାଦଶୀ ରାତ୍ରି ଘ୦୭/୩୩ ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀ                                                                      ନକ୍ଷତ୍ର-ଶ୍ରବଣ ରାତ୍ରି ଘ ୦୯/୧୮ ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଟା*                                                            

*ଚନ୍ଦ୍ର- ମକର*

*ଯୋଗ-ସୁକର୍ମା*

*କରଣ-ବାଣିଜ୍ୟ*      

                                  

*ସୌରମାସ -କନ୍ୟା ୧୨ ଦିନ* 

***************


*ସୁର୍ୟୋଦୟ -ପ୍ରାତଃ ଘ୦୫/୪୧/୦୯*

*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୬/୩୯*

-----------------------------------


 *ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୭/୩୩ ଗତେ ନୈଋତେ* 

*ସିଂହ ରାଶି ର ଘାତଚନ୍ଦ୍ର*            

*ମେଷ ରାଶିର ଘାତବାର                                                                                    ଅଦ୍ୟ ଏକାଦଶୀ ର ଆକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।* 

--------------------------------       

                                              

  *କାଳବେଳା ଓ ବାରବେଳା - ଦିବା ଘ୧୦/୧୧ଗତେ ଘ୦୧/୧୩ ମଧ୍ୟେ* 

-------------------------------------


 *ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୧୨ ଗତେ ୦୮/୪୨ମଧ୍ୟେ ଓ ରାତ୍ରି   ଘ୦୮/୩୮ଗତେ ଘ୧୧/୩୭ମଧ୍ୟେ* 


 *ବିଶୁଦ୍ଧ ମାହେନ୍ଦ୍ରବେଳା- ଦିବା ଘ୦୪/୪୪ ଗତେ ଘ ୧୦/୧୦ମଧ୍ୟେ ଓ  ଘ୦୧/୧୪ଗତେ ଘ୦୨/୪୦ ମଧ୍ୟେ* 

********************


*ଅଦ୍ୟ ଶିମ୍ବ ରାତ୍ରି ୦୭/୩୪ ଗତେ  ପୋଇ ଭକ୍ଷଣ ନିଷେଧ*

____________________ 


 *🌹🌷💐ଆଜିର ରାଶିଫଳ🌹🌷💐*

        ----------------------


*🌹ମେଷ🌹👉:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।*



*🌹ବୃଷ🌹👉:-ଆଜି ଧନ ଓକାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ । ସନ୍ତାନଙ୍କ ବିଷୟ ଚିନ୍ତା କରି ମନ ଭଲ ଲାଗି ନ ପାରେ।*



*🌹ମିଥୁନ🌹👉:-ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।*



*🌹କର୍କଟ🌹👉:-ଆଜି ଅଫିସ୍‌ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି। ଜମିଜମା କାରବାର, ସତ୍‌ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।*



*🌹ସିଂହ🌹👉:-ଆଜି ବ୍ୟୟବୃଦ୍ଧି ଓ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। କିନ୍ତୁ ଶନିଙ୍କ ସମ୍ବନ୍ଧ ଜନିତ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମା କିମ୍ବା ବିବାଦୀୟ ଘଟଣାରେ ସନ୍ତୋଷଜନକ ଫଳ ପାଇବେ।*



*🌹କନ୍ୟା 🌹👉:-ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ଅବଶ୍ୟମ୍ଭାବୀ । ଆକସ୍ମିକ ଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ।ଆଜି ଦିନଟି ଦେହଭଲ ରହିବା ସହିତ  ମନ ଆନନ୍ଦିତ  ରହିବ।*



*🌹ତୁଳା🌹👉:-ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ହସ୍ତା ନକ୍ଷତ୍ର ସକାଶେ ସକାଳୁ ସକାଳୁ ଧାର, କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନା ରହିଛି। ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ।  ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।*



*🌹ବିଛା🌹👉:-ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍‌ଫୁଲ୍ଲିତ ହୋଇପାରନ୍ତି।*



*🌹ଧନୁ🌹👉:-ଆଜିର ଆପଣଙ୍କ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି। ଉତ୍ତରାଷାଢ଼ା ନକ୍ଷତ୍ର ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତ ହେବେ। ଦୀର୍ଘ ଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ।*



*🌹ମକର🌹👉:-ଆଜି ଆପଣ କୌଣସି ନୂତନ କର୍ମରେ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବାର ଆଶା ରହିଛି । ଫେରନ୍ତା ବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତାରେ ଫଇସଲା ହୋଇଯିବ।*



*🌹କୁମ୍ଭ🌹👉:-ଆଜି ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲି ପାରିବେ ନାହିଁ। ଘର ସାଜସଜ୍ଜାରେ,  ଆନୁଷ୍ଠାନିକ କାମରେ, ନୃତ୍ୟ ଓ ସଙ୍ଗୀତରେ ମଜ୍ଜି ରହିପାରନ୍ତି। ଆର୍ଥିକ ଦିଗ ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ। ପ୍ରତ୍ୟେକ କ୍ଷେତ୍ରରେ  ସତର୍କ ରହି କାମକରିବା ଭଲ ହେବ।*



*🌹ମୀନ🌹👉:-ପ୍ରତ୍ୟେକ କର୍ମ ରେ ଶୁଭଫଳ ପାଇବେ। କିନ୍ତୁ ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି। ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।*

Post a Comment

0 Comments