ରାଜ୍ୟରେ କୋରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବା ଯୋଗୁଁ ଓଡିଶା ସରକାର ଜୁନ 17 ସକାଳ 5 ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରିଛନ୍ତି ଏବଂ ପୂର୍ବ ପରି କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଧେଶ ଜାରି ରହିବ ।
*ସ୍ୱାସ୍ଥ୍ୟ ସେବା ଓ ଅନ୍ୟ ଜରୁରୀ ସେବା ପାଇଁ କଟକଣା ଲାଗୁ ହେବ ନାହିଁ
*ଶନିବାର ଓ ରବିବାର ଦିନ ପୂର୍ବ ଭଳି ସମ୍ପୂର୍ଣ୍ଣ ସଟ୍ଡାଉନ୍ ବଳବତ୍ତର ରହିବ
*ସପ୍ତାହର ସବୁ ଦିନ ଟୀକାକରଣ ଓ ଟେଷ୍ଟିଂ କାର୍ଯ୍ୟ ଜାରି ରହିବ।
*ବସ୍ ଚଳାଚଳ ବନ୍ଦ ରହିବ।
*ଏହି ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଟ୍ରେନିଂ ସେଣ୍ଟର ବନ୍ଦ ରହିବ
*ସେଲୁନ, ପାର୍ଲର ଓ ସ୍ପା ସଂପୂର୍ଣ୍ଣ ଭାବେ ବନ୍ଦ ରହିବ
*ସାମାଜିକ, ଧାର୍ମିକ, କ୍ରୀଡ଼ା ଓ ରାଜନୈତିକ ସମାବେଶ ବନ୍ଦ ରହିବ
*ବିବାହ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣିବାକୁ ହେବ,
*ବିବାହ ଓ ଶୁଦ୍ଧି କାର୍ଯ୍ୟରେ ସର୍ବାଧିକ 25 ଜଣ ଉପସ୍ଥିତ ରହିପାରିବେ,
*ଲକଡାଉନ ବେଳେ ରେଷ୍ଟୁରାଣ୍ଟ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ।
*ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ୍ ଯୋଗାଣକୁ ଅନୁମତି
*ମେଡିକାଲ କାର୍ଯ୍ୟ ବ୍ୟତୀତ ଅନ୍ୟ ସବୁ ଆତଯାତ ମନା
0 Comments