'Yaas' Cyclone storm status

"ୟାସ" ଲଘୁଚାପ ଆସନ୍ତା କାଲି ମେ 26 ତାରିଖରେ ସ୍ଥଳ ଭାଗ ଛୁଇଁବା ନେ଼ଇ ଆଶଙ୍କା କରାଯାଇଛି । ଏହି ଲଘୁଚାପ ସ୍ଥଳ ଭାଗ ଛୁଇଁବା ପରେ ବଡ଼ ବାତ୍ୟାର ରୂପ ଧାରଣ କରିବ ତେଣୁ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ସମସ୍ତଙ୍କୁ ସଜାଗ ରହିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି । ଏଥିସହ ବାତ୍ୟାରେ କ୍ଷୟକ୍ଷତିର ସୁଧାର ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ଗୁଡିକୁ ସଜାଗ ରହିଛନ୍ତି । ପୂର୍ବ ଆକଳନ କରାଯାଇଛି ଯେ "ୟାସ" ଲଘୁଚାପ ସ୍ଥଳ ଭାଗ ଛୁଇଁବା ପରେ 170 ରୁ 180 ଦୃତ ଗତିରେ ପବନ ବହିବାର ସମ୍ଭାବନା ରହିଛି ।

ଓଡ଼ିଶାର କେନ୍ଦ୍ରପଡ଼ା, ଭଦ୍ରକ, ଜଗତିଂହପୁର ଓ ବାଲେଶ୍ଵର କୁ ରେଡ ଆଲର୍ଟ ଘୋଷଣା କରାଯାଇଛି ଏବଂ ଏହି ଜିଲ୍ଲା ମାନଙ୍କରେ ବହୁତ ବର୍ଷା ସହ ପବନ ବହିବାର ସମ୍ଭାବନା ରହିଛି ।  ମୟୂରଭଞ୍ଜ, ଯାଜପୁର, କଟକ ଓ ଖୋର୍ଦ୍ଧା କୁ ଅରେଞ୍ଜ ଆଲର୍ଟ ଘୋଷଣା କରାଯାଇଛି ।


Post a Comment

0 Comments